|
ବୟସ ରାଜପଥରେ ମନ ହେଲେ ବାଟବଣା |
|
ଘଟିଥାଏ ଥରେ ଥରେ ମିଠା ମିଠା ଦୁର୍ଘଟଣା |
|
ତୁ ବାଟଭାଙ୍ଗି ଚାଲିଗଲୁ ଏଡ଼େ ସ୍ୱାର୍ଥପର |
|
ମୁଁ ହେଇଗଲି ରାସ୍ତାକଡ଼ ଭଙ୍ଗା କୋଠାଘର |
|
ବୟସ ରାଜପଥରେ ମନ ହେଲେ ବାଟବଣା |
|
ଘଟିଥାଏ ଥରେ ଥରେ ମିଠା ମିଠା ଦୁର୍ଘଟଣା |
|
ମୁଁ ଯେବେ ଗାଇଲି ପ୍ରେମର ପୁରବୀ ରାଗ |
|
ତୁ କରୁଥିଲୁ ଆଳାପ |
|
ଶୁଣିବା ଲୋକ ତ ତତେ ହିଁ କହିଲେ ଭଲ |
|
ମୁଁ ହେଇଗଲି ଖରାପ |
|
ମୁଁ ଯେବେ ଗାଇଲି ପ୍ରେମର ପୁରବୀ ରାଗ |
|
ତୁ କରୁଥିଲୁ ଆଳାପ |
|
ଶୁଣିବା ଲୋକ ତ ତତେ ହିଁ କହିଲେ ଭଲ |
|
ମୁଁ ହେଇଗଲି ଖରାପ |
|
ମୁଁ ନିହାଣର ଆଘାତରେ କୋର୍ଣାକ ପଥର |
|
ତୁ କିବୁଜିବୁ ଚିତ୍ରନଟି ଗୋଟେ ହୃଦୟର ସୁର |
|
ବୟସ ରାଜପଥରେ ମନ ହେଲେ ବାଟବଣା |
|
ଘଟିଥାଏ ଥରେ ଥରେ ମିଠା ମିଠା ଦୁର୍ଘଟଣା |
|
ଗୋଟିଏ ସତ୍ୟକୁ କୋଟିଏ ସମ୍ମାନ ଦେଲି |
|
ତୁ ହେଇଗଲୁ ମିଛେଇ |
|
ମଳୟ ଝୁଲାଏ ଚନ୍ଦନ ଝୁଲଣା ତୋର |
|
ମୁଁ ଅଂଶୁଘାତ ବାଟୋଇ |
|
ଗୋଟିଏ ସତ୍ୟକୁ କୋଟିଏ ସମ୍ମାନ ଦେଲି |
|
ତୁ ହେଇଗଲୁ ମିଛେଇ |
|
ମଳୟ ଝୁଲାଏ ଚନ୍ଦନ ଝୁଲଣା ତୋର |
|
ମୁଁ ଅଂଶୁଘାତ ବାଟୋଇ |
|
ତୁ ଛଳନାର ମଧୁଗନ୍ଧ ଡିମିରି ଫୁଲର |
|
ମୁଁ ଫଟା ଏକ ବଇଁଶୀରେ ସମ୍ପର୍କର ସୁର |
|
ବୟସ ରାଜପଥରେ ମନ ହେଲେ ବାଟବଣା |
|
ଘଟିଥାଏ ଥରେ ଥରେ ମିଠା ମିଠା ଦୁର୍ଘଟଣା |
|
ମିଠା ମିଠା ଦୁର୍ଘଟଣା |
|
ଉଁହୁଁ ହୁଁହୁଁ-ଉଁହୁଁ-ହୁଁହୁଁ |